ମୟୂରଭଞ୍ଜ ଜିଲ୍ଲା  ର ଅର୍ଥବ୍ୟବସ୍ଥା ଅଧିକାଂଶ  ରେ  କୃଷି  ଉପରେ ନିର୍ଭରଶୀଳ ଅଟେ | ଉର୍ବର  ମାଟି  ସହିତ ଆବଶ୍ୟକ  ହେଉଥିବା ଅନୁକୂଳ  ପାଗ ମୟୂରଭଞ୍ଜ  ଜିଲ୍ଲା  ରେ  ଉତ୍କୃଷ୍ଟ ମାନ  ର  କୃଷି ପାଇଁ ସହାୟକ  ହୋଇଥାଏ | ଧାନ ଚାଷ  ହେଉଛି  ଏହି ଜିଲ୍ଲା ର ପ୍ରମୁଖ ଚାଷ ; ଏଥି ସହିତ ତୈଳ ବୀଜ  ଓ  ଡାଲି  ଜାତୀୟ  ଫସଲ ମଧ୍ୟ ଚାଷ  ହୋଇଥାଏ | ଉଚ୍ଚା  ଭୂମି  ଗୁଡିକ ରେ ଖରିଫ  ଧାନ  ର  ଅମଳ  କମ  ହୋଇଥାଏ  କିନ୍ତୁ  ତୈଳ ବୀଜ  ଓ  ଡାଲି  ଜାତୀୟ  ଫସଲ  ର ଅମଳ ଏହି ପ୍ରକାର ଭୂମି ରେ  ଚାଷ  କରିବାର  ବିବିଧ ପଦ୍ଧତି ଯୋଗୁଁ ବୃଦ୍ଧି  ପାଇଥାଏ  |

ମୟୂରଭଞ୍ଜ ଜିଲ୍ଲା  ର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି  ରେ  ସହାୟକ  ହେଉଥିବା କ୍ଷୁଦ୍ର ଶିଳ୍ପ ଗୁଡିକ  ମଧ୍ୟରୁ  ଖଣିଜ ଦ୍ରବ୍ୟ  ଚୂର୍ନିକରଣ, ପଥର ଭଂଗୀକରଣ, ଚିନାମାଟି ସଫେଇ , ସାର ,ଦିଆସିଲି , କାଗଜ କଳ , ରଙ୍ଗ ଓ  ରସାୟନ, ସଫା କରା ସାବୁନ , ବୈଦ୍ୟୁତିକ  ଉପକରଣ , କେବୁଲ , ଆଲୁମିନିୟମ ରେ ତିଆରି ବାସନ ,ଶୀତଳ ଭଣ୍ଡାର, ଖଲି  ପତ୍ର  ଦୋନା ,ସିମେଣ୍ଟ ତିଆରି ଉତ୍ପାଦ, ଧାନ-  ଅଟା  କଳ ଓ ସହାୟକ  ମରାମତି ସେବା, ସବାଇ ଘାସ  ରୁ ପ୍ରସ୍ତୁତ  ଉତ୍ପାଦ  ଇତ୍ୟାଦି |