ମୟୂରଭଞ୍ଜ ର ବିଭିନ୍ନ ପ୍ରକାର ମନୋରମ ସବୁଜିମା ର ଉପସ୍ଥିତି ତଥା ଉନ୍ନତ ସଂକୃତି ଯୋଗୁଁ ଏହାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି | ଏହି ଜିଲ୍ଲା ଉନ୍ନତ ଖଣିଜ ପଦାର୍ଥ ମାନଙ୍କର ଉତ୍ସ ଏବଂ ଏଠାରେ ଶିମିଳିପାଳ ଜୈବମଣ୍ଡଳ ଅବସ୍ଥିତ | ଏଠାରେ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ଯଥା ଲୌହ -ଖଣିଜ, ବୈନିକାରକ ଏବଂ ଟିଟାନିଫେରସ ଚୁମ୍ବକୀୟ ଲୁହା , ଚୀନାମାଟି ,ସୀସା ,ଆଜବେଷ୍ଟସ ,କ୍ୟାନାଇଟ,ସାବୁନ ପଥର ,କ୍ୱାର୍ଟଜାଇଟ ପ୍ରଚୁର ମାତ୍ରାରେ ମିଳେ , ଏହାମଧ୍ୟରୁ ଗୋରୁମହିଷାଣି, ବାଦାମପାହାଡ଼ ଓ ସୁଲେଇପାଟ ର ଲୌହ -ଖଣିଜ ଯାହାକି ପ୍ରାୟ ପାଞ୍ଚ ଦଶନ୍ଧି ଧରି ଶୋଷିତ ହୋଇଆସୁଛି ବିଶେଷ ଭାବରେ ଉଲ୍ଲେଖନୀୟ |

Emblem of Mayurbhanj State


ଭଞ୍ଜ ବଂଶ ର ଶାସକ ମାନେ ଏଠାରେ ନବମ ଶତାବ୍ଦୀ ଠାରୁ ଏକକ ମୟୂରଭଞ୍ଜ ରାଜ୍ୟ ରୂପେ ଶାସନ କରି ଆସୁଥିଲେ | ପୂର୍ବତନ ଭଞ୍ଜ ଶାସକ ମାନକ ଅମଳରେ ଏହି ରାଜ୍ୟ ର ନାମ ‘ଖିଜିଙ୍ଗ ମଣ୍ଡଳ’ ଥିଲା ଯାହାକି ରାଜ୍ୟର ରାଜଧାନୀ ‘ଖିଜିଙ୍ଗ କୋଟା ‘ ନାମରେ ନାମିତ ହୋଇଥିଲା | ଏହି ଶାସକ ମାନଙ୍କ ତମ୍ବା ଶିଳଲେଖ ସୂଚିତ କରେ ଯେ ଖିଜିଙ୍ଗ ମଣ୍ଡଳ ଗୋଟିଏ ବିରାଟ କ୍ଷେତ୍ର ଯାହାକି ବର୍ତମାନ ର ମୟୁରଭଞ୍ଜ,କେନ୍ଦୁଝର ,ସିଂହ ଭୂମ ଜିଲ୍ଲା (ବିହାର ) ଓ ମେଦିନାପୁର ଜିଲ୍ଲା (ପ.ବଙ୍ଗ ) କୁ ନେଇ ସମ୍ପ୍ରସାରିତ ଥିଲା | ମୋଗଲ ମାନଙ୍କ ସମୟରେ ଭାଂଜଶାସକ ମାନଙ୍କ ର କ୍ଷେତ୍ର ସମୁନ୍ଦ୍ର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା |ସେହି ସମୟ ରେ ରାଜଧାନୀ ଖିଜିଙ୍ଗ କୋଟା ରୁ ହରିପୁର କୁ ସ୍ଥାନାନ୍ତରିତ ହୋଇଥିଲା |

ବ୍ରିଟିଶ ଶାସନ ସମୟରେ ମୟୂରଭଞ୍ଜ ମହାରାଜା ମାନେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚେଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ | ସେତେବେଳେ ସାରା ଦେଶରେ ଏହା ସର୍ବୋଚ୍ଚ ପ୍ରଗତିଶୀଳ ରାଜ୍ୟ ଥିଲା |ଭଞ୍ଜ ରାଜା ମାନେ ରାଜ୍ୟ ର ପ୍ରଥମ ଚିକିତ୍ସା ମହାବିଦ୍ୟାଳୟ କଟକ ଠାରେ ପ୍ରତିଷ୍ଠା କରିଥିଲେ |
ସେମାନେ ରେଭେନ୍ଶା ମହାବିଦ୍ୟାଳୟ ପରି ଉନ୍ନତ ମାନର ଉଚ୍ଚ ଶିକ୍ଷା ସଂସ୍ଥା ଗଢି ତୋଳିବା ପାଇଁ ଟଙ୍କା ଓ ଜମି ଦାନ କରିଥିଲେ | ସେମାନେ ପ୍ରୟାସ କରିବାରେ ବିଶ୍ୱାସ କରୁଥିଲେ ଓ ବ୍ରିଟିଶର ମାନଙ୍କୁ ରାଜି କରାଇ ଓଡିଶା କୁ ରେଳ ସଂଯୋଗ କରାଇଥିଲେ | ମୟୂରଭଞ୍ଜ ରାଜ୍ୟ ଓଡିଶା ରାଜ୍ୟ ସହ ଜାନୁଆରୀ ୦୧,୧୯୪୯ ରେ ସମ୍ମିଳିତ ହୋଇଥିଲା | ସେହି ମିଶ୍ରଣ ଦିନ ଠାରୁ ମୟୂରଭଞ୍ଜ ଓଡ଼ିଶାର ଗୋଟିଏ ଜିଲ୍ଲା ହୋଇ ରହିଛି |