ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ମୟୂରଭଞ୍ଜ, ବାରିପଦା  ୱାର୍ଡ  ସଂଖ୍ୟା -୨ , ୱାଲିଗଞ୍ଜ ,ବାରିପଦା   ସହର  ରେ ନିଜସ୍ୱ କୋଠା  ଘରେ  ଚାଲୁଅଛି | ଆହୁରି ତିନୋଟି ନିୟୋଜନ ଉପ-କାର୍ଯ୍ୟାଳୟ ତିନୋଟି  ଉପଖଣ୍ଡ  ଯଥା କରଞ୍ଜିଆ ,ରାଇରଙ୍ଗପୁର  ଓ ଉଦଳା  ରେ ଅବସ୍ଥିତ,ଗୋଟିଏ ଗ୍ରାମୀଣ  ନିୟୋଜନ ବ୍ୟୁରୋ  ବାଙ୍ଗିରିପୋଷି  ଠାରେ ଭଡା  ଘରେ ଚାଲୁଅଛି |

ଉଦ୍ଦେଶ୍ୟ:

ଏହି ରୋଜଗାର  ସେବା  ଗୋଟିଏ ନିଃଶୁଳ୍କ  ସେବା  ଅଟେ  ଓ  ପ୍ରାର୍ଥୀ  ମାନଙ୍କ  ଠାରୁ  ଏହି ସେବା  ବାବଦରେ  କୌଣସି  ଶୁଳ୍କ  ନିଆଯାଏ  ନାହିଁ |

ନିୟୋଜନ କାର୍ଯ୍ୟାଳୟ ର କାର୍ଯ୍ୟ  ସମ୍ପର୍କ ରେ :

  • ନିୟୋଜନ କାର୍ଯ୍ୟାଳୟ ବେରୋଜଗାର  ତଥା  ଚାକିରୀ ଖୋଜୁଥିବା  ବ୍ୟକ୍ତି ଙ୍କୁ  ବିଭିନ୍ନ କ୍ଷେତ୍ରରେ ଚାକିରୀ  କରିବାକୁ ସହାୟତା  ଦେବାପାଇଁ  ସେମାଙ୍କର  ନାମ  ପଞ୍ଜୀକରଣ  କରିଥାଏ  ଓ ସେମାନଙ୍କୁ ରୋଜଗାର  କରିବା  ପାଇଁ ମାର୍ଗଦର୍ଶନ  କରିଥାଏ, ଧନ୍ଦାମୂଳକ ଓ  ବୈଷୟିକ  ପ୍ରଶିକ୍ଷଣ  ମଧ୍ୟଦେଇଥାଏ ଓ  ଆତ୍ମନିଯୁକ୍ତି  ପାଇଁ ବାଟ  ଦେଖାଇଥାଏ |
  • ଏହା ସ୍ଥାନୀୟ  ରୋଜଗାର ବଜାରରୁ  ରୋଜଗାର  ରିପୋର୍ଟ  ଏକତ୍ର କରେ  ଯେଉଁଥିରେ  କି  କାର୍ଯ୍ୟରତ  ବ୍ୟକ୍ତି  ଙ୍କ  ସଂଖ୍ୟା  ଓ ଖାଲି ପଡିଥିବା ସ୍ଥାନ ସୂଚିତ  ହୋଇଥାଏ |
  • ଏହା  ପ୍ରତ୍ୟକ  ଛ ମାସ  ରେ ଥରେ  ସେପ୍ଟେମ୍ବର  ମାସ ରେ କାମ କରୁଥିବା  ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟବସାୟିକ  ଓ  ଶିକ୍ଷ୍ୟାଗତ ଯୋଗ୍ୟତା  ସମ୍ବନ୍ଧୀୟ  ତଥ୍ୟ , ଭବିଷ୍ୟତରେ ନିଯୁକ୍ତି ସୁଯୋଗ ତଥ୍ୟ  ଏକତ୍ର  କରିଥାଏ | ପ୍ରତି ଦୁଇ  ବର୍ଷ  ଅନ୍ତରାଳରେ  ଏହି ରିପୋର୍ଟ  ଗୁଡିକ  କେନ୍ଦ୍ରୀୟ /ରାଜ୍ୟ ସରକାରଙ୍କର ମାନବସମ୍ବଳ ବିକାଶ ବିଭାଗ  କୁ ଯାଇଥାଏ |

କାର୍ଯ୍ୟାଳୟ ଠିକଣା:
ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ,
ୱାଲିଗଞ୍ଜ,ୱାର୍ଡ.ସଂଖ୍ୟା -୨,
ବାରିପଦା,ମୟୂରଭଞ୍ଜ