• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ

ଶିମିଳିପାଳ ଜୈବମଣ୍ଡଳ ର ଆୟତନ୨୭୫୦ ବର୍ଗ କି.ମି ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତ ର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ | ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ | ଏଠାରେ ବିଭିନ୍ନ ପ୍ରଜାତି ର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତି ର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତି ର ପକ୍ଷୀ, ୨୯ ପ୍ରଜାତି ର ସରୀସୃପ ଅଟନ୍ତି |ସମୁଦ୍ର ପତ୍ତନ ଠାରୁ ଶିମିଳିପାଳ ର ହାରାହାରି ଉଚ୍ଚତା ହେଉଛି ୯୦୦ ମି. | ଏଠାରେ ବିଭିନ୍ନ ପ୍ରକାର ର ବୃକ୍ଷ ଦେଖାଯାଏ ଯଥା ଶାଳ, ପିଆଶାଳ,ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣଷ ଇତ୍ୟାଦି | ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ | ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳ ରୁ ଉତ୍ପନ୍ନ ହୋଇଛନ୍ତି | ବରେହିପାଣି (୪୦୦ ମି.) ଓ ଯୋରନ୍ଦା ଜଳପ୍ରପାତ (୧୫୦ ମି.) ର ଦୃଶ୍ୟ ଅତୀବ ମନୋରମ |

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୁବନେଶ୍ୱର(୨୭୦ କି.ମି), ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର, କୋଲକାତା(୨୫୦ କି.ମି) |

ସଡ଼କ ପଥରେ
ଶିମିଳିପାଳ ର ତିନୋଟି ପ୍ରବେଶ ପଥ ରହିଛି ଯଥା ଯଶିପୁର, ଲୂଲୂଙ୍ଗ, ପିଠାଵଟା | ଏହି ସବୁ ସ୍ଥାନ ଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଯାଇହେବ |

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ : ବାରିପଦା ଓ ବାଲେଶ୍ୱର( ୬୦ କି.ମି)

Barehipani Fall Mayurbhanj , Group of Elephants , Joranda Waterfall Mayurbhanj , Similipal Elephant