• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ବାରିପଦା ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର କୁ ହରିବଳଦେବଜୀଉ ମନ୍ଦିର କୁହାଯାଏ | ଏହା ଶ୍ରୀ ବୈଦନାଥ ଭଞ୍ଜଙ୍କ ଦ୍ୱାରା ଖ୍ରୀଷ୍ଟାବ୍ଦ ୧୫୭୫ ରେ କଖାରୁଆ ବୈଦନାଥ ମନ୍ଦିର ଶୈଳୀ ରେ  ନିର୍ମାଣ ହେଇଥିଲା |ଏହି ମନ୍ଦିର ଭଞ୍ଜ ବଂଶ ର ଧର୍ମ ର ପ୍ରତୀକ ରୂପେ ପରିଗଣିତ ହୁଏ | ଏହି ମନ୍ଦିର ମାଙ୍କଡ଼ାପଥର ରେ ନିର୍ମିତ ଯାହାର କାନ୍ଥ ରେ  ଉତ୍କୃଷ୍ଟ ଚିତ୍ରମାନ ଖୋଦେଇ ହୋଇ ଅଛି | ଏହାର ଉଚ୍ଚତା ୮୪ ‘୬ ” ଅଟେ | ମନ୍ଦିର ଚାରିପାଖରେ ଏକ ବୃହତ୍ତ ପ୍ରାଚୀର ଅଛି  ଯାହା ପୁରୀର ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର ର ପ୍ରାଚୀର ଭଳି ଅଟେ | ମନ୍ଦିରର କାନ୍ଥ ରେ ଥିବା ଶିଳାଲେଖ  ଅନୁଯାୟୀ  ଖ୍ରୀଷ୍ଟାବ୍ଦ  ୧୪୯୭ ରେ ବୈଦନାଥ ଭଞ୍ଜ ମନ୍ଦିର ନିର୍ମାଣ କରିଥିଲେ|  ତିନି ଠାକୁରଙ୍କ ଛଡ଼ା ମନ୍ଦିରରେ ସତର ଟି ବେଢା ଠାକୁର ରହିଛନ୍ତି |ବାରିପଦା ରେ ରାଧାମୋହନ ମନ୍ଦିର ଭଗବାନ ଜଗନାଥ ଙ୍କର ଗୁଣ୍ଡିଚା ମନ୍ଦିର ଭାବରେ କାର୍ଯ୍ୟ କରିଥାଏ |

ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ରେ ପୁରୀ ରଥ ଯାତ୍ରା ର ଗୋଟିଏ ଦିନ ପରେ ବାରିପଦା ଶ୍ରୀଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୁଏ | ତିନି ଠାକୁର ରଥ ରେ ବସି ବଡ ଦେଉଳ ରୁ ମାଉସୀ ମା’ ମନ୍ଦିର (ରାଧାମୋହନ ମନ୍ଦିର) କୁ ଆସିଥାନ୍ତି ଓ ରଥ ଟଣା ଦୁଇ ଦିନ ଧରି ଚାଲେ | ଏହି ଯାତ୍ରା ର ଏକ ବିଶେଷତ୍ୱ ହେଉଛି ଯେ, କେବଳ ମହିଳା ମାନେ ହିଁ ଦେବୀ ସୁଭଦ୍ରା ଙ୍କ ରଥ କୁ ଟାଣିଥାନ୍ତି|ବାହୁଡା ଯାତ୍ରା ପୁରୀ ବାହୁଡା ର ପର ଦିନ ଅନୁଷ୍ଠିତ ହୋଇଥାଏ |

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୁବନେଶ୍ୱର(୨୭୦ କି.ମି), ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର, କୋଲକାତା(୨୫୦ କି.ମି) |

ସଡ଼କ ପଥରେ
ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ଭୁବନେଶ୍ୱର ଠାରୁ ୨୫୦ କି.ମି ଦୂରରେ , କୋଲକାତା ଠାରୁ ୨୪୦ କି.ମି ଦୂର ରେ ଏବୋ ବାଲେଶ୍ୱର ଠାରୁ ୬୦ କି.ମି ଦୂର ରେ ଅବସ୍ଥିତ | ଏହି ସବୁ ସ୍ଥାନ ଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଯାଇହେବ |

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ : ବାରିପଦା ଓ ବାଲେଶ୍ୱର( ୬୦ କି.ମି)

Deities at Jagannath Temple , Jagannath Temple Baripada , Rath Yatra Baripada