• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ

କରଞ୍ଜିଆ ଠାରୁ ୪୦ କି.ମି ଦୂର ରେ ଠାକୁରମୁଣ୍ଡା ଥାନା ଅଧୀନ ରେ ଥିବା ବୁରିଙ୍ଗ ଗ୍ରାମ ନିକଟରେ ବୈତରଣୀ ନଦୀ ରେ ପବିତ୍ର ଭୀମକୁଣ୍ଡ ଅବସ୍ଥିତ | ଏହି ସ୍ଥାନ ଟି ଢେଂକିକୋଟ (ଯାହାକି କେନ୍ଦୁଝର ଓ ପାଣିକୋଇଲି କୁ ସଂଯୁକ୍ତ କରୁଥିବା ରାଜ୍ୟ ରାଜପଥ ନ-୧୧) ଠାରୁ ୨୦ କି.ମି ଦୂରରେ ଅବସ୍ଥିତ | କିମ୍ବଦନ୍ତୀ ଅନୁଯାୟୀ ଦ୍ଵିତୀୟ ପାଣ୍ଡବ ଭୀମ ବିରାଟ ନଗର (ବର୍ତ୍ତମାନ ର କପ୍ତିପଦା) ରେ ଅଜ୍ଞ୍ୟାତ ବାସ ସମୟରେ ଏହି କୁଣ୍ଡ ରେ ସ୍ନାନ କରୁଥିଲେ | ମକର ସଂକ୍ରାନ୍ତି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଏହି ପବିତ୍ର କୁଣ୍ଡ ରେ ବୁଡ଼ ପକାଇ ଥାଆନ୍ତି |

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୁବନେଶ୍ୱର(୨୭୦ କି.ମି), ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର, କୋଲକାତା(୨୫୦ କି.ମି) |

ସଡ଼କ ପଥରେ
ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ଭୁବନେଶ୍ୱର ଠାରୁ ୨୫୦ କି.ମି ଦୂରରେ , କୋଲକାତା ଠାରୁ ୨୪୦ କି.ମି ଦୂର ରେ ଏବୋ ବାଲେଶ୍ୱର ଠାରୁ ୬୦ କି.ମି ଦୂର ରେ ଅବସ୍ଥିତ | ଏହି ସବୁ ସ୍ଥାନ ଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଯାଇହେବ |

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ : ବାରିପଦା ଓ ବାଲେଶ୍ୱର( ୬୦ କି.ମି)