• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ

ଦେବକୁଣ୍ଡ ଓଡିଶା ର ମୟୂରଭଞ୍ଜ ଜିଲ୍ଲା ର ଏକ ମନୋରମ ଓ ଦର୍ଶନୀୟ ସ୍ଥାନ ଅଟେ | ଦେବକୁଣ୍ଡ ଏଠାରେ ଥିବା ଏକ ଝରଣା ପାଇଁ ପ୍ରସିଦ୍ଧ | ଦେବକୁଣ୍ଡ ର ଅର୍ଥ ହେଉଛି ଦେବା ଦେବୀ ଙ୍କର ସ୍ନାନ କୁଣ୍ଡ | ହିନ୍ଦୁ ଧର୍ମ ମତରେ ଏହି କୁଣ୍ଡ ର ପାଣି ସ୍ପର୍ଶ କଲେ ସବୁ ପାପ କ୍ଷୟ ହୁଏ | ଦେବକୁଣ୍ଡ ଉଦଳା ଵନ୍ୟ ଖଣ୍ଡ ଅଧୀନ ରେ ଓ ଶିମିଳିପାଳ ଜୈବ ମଣ୍ଡଳ ନିକଟ ରେ ଅବସ୍ଥିତ | ଏଠାରେ ମା ଅମ୍ବିକା ଙ୍କର ଏକ ମନ୍ଦିର ଅବସ୍ଥିତ ଯେଉଁଠି କି ପ୍ରତି ବର୍ଷ ମକର ସଂକ୍ରାନ୍ତି ସମୟ ରେ ମେଳା ବସିଥାଏ |

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୁବନେଶ୍ୱର(୨୫୦ କି.ମି), ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର, କୋଲକାତା(୩୧୫ କି.ମି) |

ସଡ଼କ ପଥରେ
ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ଭୁବନେଶ୍ୱର ଠାରୁ ୨୫୦ କି.ମି ଦୂରରେ , କୋଲକାତା ଠାରୁ ୩୧୫ କି.ମି ଦୂର ରେ ଏବୋ ବାଲେଶ୍ୱର ଠାରୁ ୭୨ କି.ମି ଦୂର ରେ ଅବସ୍ଥିତ | ଏହି ସବୁ ସ୍ଥାନ ଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଯାଇହେବ |

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ : ବାରିପଦା( ୭୦ କି.ମି) ଓ ବାଲେଶ୍ୱର( ୭୨ କି.ମି)