• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ଧାର୍ମିକ

ଖିଚିଂ ଭଞ୍ଜ ଶାସକ ମାନଙ୍କର ପୂର୍ବତନ ରାଜଧାନୀ ଥିଲା ଯାହାକି ବାଲେଶ୍ୱର ଠାରୁ ୨୦୫ କି.ମି ଦୂର ରେ ଓ ବାରିପଦା ଠାରୁ ୧୫୦ କ.ମି ଦୂର ରେ ଅବସ୍ଥିତ | ଏଠାରେ ବହୁତ ଗଡି଼ ଛୋଟ ବଡ ମନ୍ଦିର ଅବସ୍ଥିତ ଯେଉଁଠି କି ବିଭିନ୍ନ ଦେବା ଦେବୀ ପୂଜା ପାଉଛନ୍ତି | ସବୁ ଦେବା ଦେବୀ ଙ୍କ ମଧ୍ୟରେ ମା କୀଚକେଶ୍ୱରୀ ଙ୍କ ମନ୍ଦିର ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି | ଏହି ମନ୍ଦିର କ୍ଲୋରାଇଟ ପଥର ରେ ନିର୍ମିତ୍ତ ଯାହାକି ଭାରତ ବର୍ଷ ରେ ଅନନ୍ୟ | ଏହାର କାରୁକାର୍ଯ୍ୟ ଅତୀବ ମନୋହର | ଏଠାରେ ଥିବା ଛୋଟ ସଂଗ୍ରହାଳୟ ରେ ବହୁ ମୂଲ୍ୟ ଐତିହାସିକ କଳା ଓ ଭାସ୍କର୍ଯ୍ୟ ର ନମୁନା ଗୁଡିକ ସଂଗୃହିତ ହୋଇ ରହିଛି |

ବିମାନ ମାର୍ଗରେ
ବିମାନ ମାର୍ଗରେ ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୁବନେଶ୍ୱର(୨୫୦ କି.ମି), ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର, କୋଲକାତା( ୩୧୫ କି.ମି) |

ସଡ଼କ ପଥରେ
ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ଖିଚିଂ ଠାରୁ ୧୫୦ କି.ମି ଦୂରରେ (ଭାୟା ଆନନ୍ଦପୁର) , କୋଲକାତା ଠାରୁ ୩୧୫ କି.ମି ଦୂର ରେ ଏବୋ ବାଲେଶ୍ୱର ଠାରୁ ୨୧୦ କି.ମି ଦୂର ରେ ଅବସ୍ଥିତ | ଏହି ସବୁ ସ୍ଥାନ ଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଯାଇହେବ |

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ : ବାରିପଦା (୧୫୦ କି.ମି ) ଓ ବାଲେଶ୍ୱର( ୨୧୦ କି.ମି)