• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପର୍ଯ୍ୟଟକ ପ୍ୟାକେଜ୍

ରାମତୀର୍ଥ ଓଡିଶା ର ମୟୂରଭଞ୍ଜ ଜିଲ୍ଲା ର ଯଶିପୁର ସହର ନିକଟ ରେ ଶିମିଳିପାଳ ଜୈବ ମଣ୍ଡଳ ର ପାଦଦେଶ ରେ ଅବସ୍ଥିତ | ଏହା ମୟୂରଭଞ୍ଜ ଜିଲ୍ଲା ର ଏକମାତ୍ର କୁମ୍ଭୀର ପ୍ରଜନନ କେନ୍ଦ୍ର ଅଟେ ଯାହାକି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ | ରମତୀର୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରାମ ମନ୍ଦିର ପାଇଁ ପ୍ରସିଦ୍ଧ | କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗ ରେ ପ୍ରଭୁ ଶ୍ରୀ ରାମ, ମାତା ସୀତା ଓ ଅନୁଜ ଲକ୍ଷ୍ମଣ ଙ୍କ ସହିତ ଶିମିଳିପାଳ ମଧ୍ୟ ଦେଇ ଯାଉଥିବା ସମୟ ରେ କ୍ଲାନ୍ତ ବଶତଃ ମାତା ସୀତା କିଛି ସମୟ ପାଇଁ ଏଠାରେ ଅବସ୍ଥାନ କରିଥିଲେ ଓ ବହିଯାଉଥିବା ନଦୀ ରେ ମୁଖ ଓ ହସ୍ତ ପ୍ରକ୍ଷ୍ୟାଳନ କରିଥିଲେ | ସେହି ଦିନ ଠାରୁ ପ୍ରଭୁ ଶ୍ରୀ ରାମ ଓ ଦେବୀ ସୀତା ଙ୍କ ନାମ ଅନୁସାରେ ଏହି ସ୍ଥାନ ଟି ‘ରାମତୀର୍ଥ’ ନାମ ରେ ପରିଚିତ | ପ୍ରତ୍ୟକ ବର୍ଷ ମକର ସଂକ୍ରାନ୍ତି ଦିନ ମହାନ୍ତ ଲୋକ ମାନେ ଟୁସୁ ପର୍ବ ପାଳନ କରିଥାନ୍ତି |

ବିମାନ ମାର୍ଗରେ
ନିକଟତମ ବିମାନ ବନ୍ଦର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର, ଭୁବନେଶ୍ୱର(୨୭୦ କି.ମି), ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦର, କୋଲକାତା(୨୫୦ କି.ମି) |

ସଡ଼କ ପଥରେ
ମୟୂରଭଞ୍ଜ ଜିଲ୍ଲା ର ସଦର ମହକୁମା ବାରିପଦା ଭୁବନେଶ୍ୱର ଠାରୁ ୨୫୦ କି.ମି ଦୂରରେ , କୋଲକାତା ଠାରୁ ୩୧୫ କି.ମି ଦୂର ରେ ଏବୋ ବାଲେଶ୍ୱର ଠାରୁ ୭୨ କି.ମି ଦୂର ରେ ଅବସ୍ଥିତ

ରେଳଗାଡ଼ିରେ
ନିକଟତମ ରେଳ ଷ୍ଟେସନ : ବାରିପଦା ଓ ବାଲେଶ୍ୱର( ୬୦ କି.ମି)

Ramtirtha Mayurbhanj , Ramtirtha Temple , Ramtirtha